ଭାରତ ସମେତ ବ୍ଲକ ପାଇଁ ଗୌରବ ଆଣିଦେଇଥିବା ପାର୍ବତୀଙ୍କୁ ଖୁଣ୍ଟା ବଣିକ ସଂଘ ସମେତ ଖୁଣ୍ଟା ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ଅପରାହ୍ନ ପ୍ରାୟ ୩ ଟାରେ ସମ୍ବର୍ଦ୍ଧିତ କରାଯାଇଛି। ଖୁଣ୍ଟା ରେ ପହଞ୍ଚିବା ପରେ ବଙ୍ଗଳା ଛକ ଠାରେ ଖୁଣ୍ଟା ବଣିକ ସଂଘ ସମେତ ଅଞ୍ଚଳବାସୀ ପାର୍ବତୀଙ୍କୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଇବା ସହ ପାରମ୍ପରିକ ଧୁମସା ମାଦଳ ବଜାଇ ଆଦିବାସୀ ନୃତ୍ୟଗୀତର ତାଳେ ତାଳେ ବଜାର ପରିକ୍ରମା କରାଇ ଖୁଣ୍ଟା ବ୍ଲକ କୁ ପାଛଟି ନେଇଥିଲେ ।