ଖଲ୍ଲିକୋଟ୍: ଷୋଡଶ ଉପଚାର ପୂଜାର ପ୍ରଥମ ଦିନରେ ସହସ୍ର ଗରା ଜଳ ରେ ସ୍ନାନ କଲେ ମା' ତାରାତାରିଣୀ
ମା" ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆଜି ଠାରୁ ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ୫ ଟା ସମୟରେ ଋଷିକୂଲ୍ୟା ନଦୀ ତୁଠ ରେ ମନ୍ଦିର ସେବାୟତ ପରିବାରର ମହିଳା ମାନେ ପହଞ୍ଚି ପୂଜାର୍ଚନା ପରେ ସହସ୍ରାଧିକ ମାଠିଆରେ ପାଣି ଧରି ୯୯୯ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିଥିଲେ l ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ମା ଙ୍କ ପ୍ରତିମା ବାଜା ବାଜଣା ରେ ସ୍ନାନ ବେଦୀକୁ ଅଣାଯାଇ ପଣ୍ଡିତ ମାନଙ୍କ ପୂଜାର୍ଚନା ସହ ମନ୍ତ୍ର ଧ୍ୱନି ରେ ସେବାୟତ ମାନଙ୍କ ଦ୍ବାରା ସୁବାସିତ ଜଳ ରେ ମା ଙ୍କୁ ସ୍ନାନ କରାଯାଇଥିଲା ।