ବଡଚଣା: ବରୁଣିଆ ଗ୍ରାମର ପ୍ରବାସୀ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ
ବଡଚଣା ବ୍ଲକ ଅନ୍ତର୍ଗତ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମର ପ୍ରବାସୀ ଶ୍ରମିକଙ୍କ ଆନ୍ଧ୍ରପ୍ରଦେଶରେ ମୃତ୍ୟୁ ହୋଇଥିବା ବେଳେ ଆଜି ପୂର୍ବାହ୍ନରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ ଗ୍ରାମର ସୁରେନ୍ଦ୍ର ଦେହୁରୀଙ୍କ ପୁଅ ରାମ ଦେହୁରୀ ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶର ବବୁରୀ ଠାରେ ଥିବା ଏକ କମ୍ପାନୀକୁ କାମ କରିବା ପାଇଁ ଯାଇଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଗାଁରେ ଶବ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।