ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକପାଟ ମଣ୍ଡି ତିନି ଡିସେମ୍ବର ବୁଧବାର ରୁ ଆରମ୍ଭ ହୋଇଥିବା ବେଳେ ମଣ୍ଡି ଖୋଲିବା ଦିନ ଠାରୁ ଚାଷୀ ଙ୍କ ଧାନ ବିକ୍ରୟ ହେଉ ନଥିଲା। ମିଲୋର ମାନେ କଟନି ଛଟନି କୁ ବିରୋଧ କରି ଆସୁଥିବା ବେଳେ ଉକ୍ତ ମଣ୍ଡି ରେ ୮ ହାଜର ରୁ ଅଧିକ ଧାନବସ୍ତା ବିକ୍ରୟ ନ ହୋଇ ପଡ଼ି ରହିଥିଲା। ଏହାକୁ ନେଇ ଚାଷୀ ମାନେ ଗତ ଷୋମବାର ଦିନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ଚେତାବନୀ ଦେଇ ଥିଲେ। ଚେତାବନୀ ପରେ ପ୍ରଶାସନିକ ଅଧିକାରୀ ମାନେ ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ ମଙ୍ଗଳବାର ଦିନ ବାମରା ତହସିଲଦାର ଙ୍କ ଉପସ୍ଥିତି ରେ ମଣ୍ଡି ରୁ ଧାନ ଉଠିବା ଆରମ୍ଭ ହୋଇଛି।