ଝାରସୁଗୁଡା: ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ଯାତ୍ରୀ ସେବା ଦିବସ ମହାସମାରୋହରେ ପାଲିତ
ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ସକାଳ ନଅଟା ସମୟରୁ ଦିନ ତମାମ ଯାତ୍ରୀ ସେବା ଦିବସକୁ ମହାସମାରୋହରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଯାତ୍ରୀ ମାନଙ୍କୁ ଦୀପ ଓ ଟିକା ଲଗାଇ ସ୍ୱାଗତ କରାଯାଇଥିଲା। ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ମାଗଣା ସାସ୍ଥ୍ୟ ସେବା ଓ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରଯାଇଥିଲା।