ଓରିଏଣ୍ଟ: ଝାରସୁଗୁଡା ଅମଳିପାଲି ସଭାସ୍ଥଳରେ ମୋଦୀଙ୍କ ଭଳି ଅବିକଳ ଦିଶୁଥିବା ବ୍ୟକ୍ତିଙ୍କ କ୍ରେଜ, ସେଲ୍ଫି ନେବାକୁ ଲୋକଙ୍କ ଭିଡ଼
ଝାରସୁଗୁଡା ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସକାଳ ଏଗାରଟା ସମୟରେ ଅମଳିପାଳି ପଡ଼ିଆ ଜନାରଣ୍ୟ ହୋଇଉଠିଥିଲା। ତେବେ ଏହାରି ଭିତରେ ଝାରସୁଗୁଡା ଆମଳିପାଲି ସଭାସ୍ଥଳରେ ମୋଦୀଙ୍କ ଭଳି ଅବିକଳ ଦିଶୁଥିବା ବ୍ୟକ୍ତିଙ୍କ କ୍ରେଜ ଦେଖିବାକୁ ମିଳିଥିଲା। ତେବେ ଅବିକଳ ମୋଦିଙ୍କ ପରି ଦେକ୍ବାଯାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ସଦାନନ୍ଦ ନାୟର ବୋଲି ଜଣାପଡିଛି। ତାଙ୍କୁ ଦେଖି ସଭାସ୍ଥଳରେ ଜନସାଧାରଣଙ୍କ ମଧ୍ୟରେ ତାଙ୍କୁ ଭେଟିବା ସହିତ ଅବିକଳ ମୋଦିଙ୍କ ପରି ଦେଖାଯାଉଥିବା କାରଣରୁ ସଦାନନ୍ଦଙ୍କୁ ସହ ସେଲ୍ଫି ନେବାକୁ