ଆଜି ଅନୁଗୋଳ ପାଲଲହଡ଼ା ଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବ୍ଲକର ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୋଟ ୮୪ ଗୋଟି ଅଭିଯୋଗ ଶୁଣାଣୀ କରି ସେଥିରୁ ୭ ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହାସହ ୨ ଜଣ ଲୋକଙ୍କୁ ୧୦୦୦୦ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥଲେ ଜିଲ୍ଲାପାଳ।