ବଲାଙ୍ଗୀର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ OSWAN ପ୍ଲାଟଫର୍ମ ମାଧ୍ୟମରେ “ଏକ୍ ପେଡ ମା' କେ ନାମ ସାରା ଓଡିଶା ପାଳନ ପାଇଁ ପ୍ରସ୍ତୁତି ବୈଠକ
ଏକ୍ ପେଡ ମା' କେ ନାମ ସାରା ଓଡିଶାରେ ପାଳନ ପାଇଁ ପ୍ରସ୍ତୁତି ବୈଠକ ସାରା ରାଜ୍ୟରେ ପରିବେଶ ସୁରକ୍ଷାର ପ୍ରତୀକ ‘ଏକ୍ ପେଡ ମା' କେ ନାମ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଭାସୀ ବୈଠକ ଆୟୋଜିତ ହୋୟୀ ଥିଲା। ପ୍ରତ୍ୟେକ ଜିଲ୍ଲାର ପ୍ରସ୍ତୁତିକୁ ସମୀକ୍ଷା କରି, ଗଛରେ ମା’ର ନାମ ଲେଖିବା ମାଧ୍ୟମରେ ପ୍ରକୃତି ସୁରକ୍ଷାର ସାମୂହିକ ଦୃଷ୍ଟିକୋଣକୁ ଆଗକୁ ନେବାର ଆହ୍ୱାନ ଦିଆଗଲା। ବଲାଙ୍ଗିର ଜିଲ୍ଲାପାଳ OSWAN ପ୍ଲାଟଫର୍ମ ମାଧ୍ୟମରେ ବୈଠକରେ ଯୋଗଦେଇ, ଜିଲ୍ଲାର ପ୍ରସ୍ତୁତି ସୂଚନା ପ୍ରଦାନ କରିଥିଲେ।