ଜଳେଶ୍ବର: ଭେଲୋରା ୟଙ୍ଗ ଷ୍ଟାର କ୍ଲବରୁ ଚୋରି,ଫାଣ୍ଡିରେ ଲିଖିତ ଅଭିଯୋଗ
ଭେଲୋରା ୟଙ୍ଗ ଷ୍ଟାର କ୍ଲବରୁ ଚୋରି,ଫାଣ୍ଡିରେ ଲିଖିତ ଅଭିଯୋଗ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରାସ୍ଥିତ ୟଙ୍ଗ ଷ୍ଟାର କ୍ଲବ ଘରୁ ଆଜି ଚୋରି ହୋଇଥିବା ନେଇ ଅମର୍ଦାରୋଡ଼ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ସମୟରେ ଭେଲୋରା ଅଞ୍ଚଳର ଦୁଇ ଯୁବକ ମନ୍ମଥ ଦାସ ଓ ଅଂଶୁମାନ ପ୍ରଧାନ ହଠାତ୍ ଉକ୍ତ କ୍ଲବ ଘର ନିକଟରେ ପହଞ୍ଚି ସଟରର ତାଲାକୁ ଭାଙ୍ଗିଦେଇଥିଲେ। ପରେ ଦୁହେଁ ଭିତରକୁ ପ୍ରବେଶ କରି କିଛି ଆସବାବପତ୍ରକୁ ଭଙ୍ଗାରୁଜା କରିବା ସହ ଅନ୍ୟ କିଛି ଜିନିଷକୁ ଚୋରାଇ ନେଇଥିଲେ। କ୍ଲବ ସଭାପତି ଗୌରୀଶଙ୍କର ଜେନା ଖବର ପାଇ ସେଠା