ତିର୍ତ୍ତୋଲ: ବଗିଜୋର ପୋଲ ଉପରେ ଜମା ହୋଇଥିବା ମୁଗଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ବିଜେପି ନେତାଙ୍କ ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ମୁରାରିପୁର ି। ନିକଟ ବଗିଯୋର ପୋଲ ଉପରେ ଗଦାମଡା ହୋଇଥିବା ୧୨ ଗୁଣ୍ଠ ଜମିର ମୁଗଫସଲ ପୋଡି ନଷ୍ଟ ହୋଇଯାଇଛି। କେହି ଦୁର୍ବୃତ୍ତ ଉଦେଶ୍ୟ ମୁଳକ ଭାବରେ ଏହି ମୁଗ ଗଦାରେ ନିଆଁ ଲଗାଇ ଦେଇଥିବା ବିଜେପି ନେତା ଦେବାଶିଷ ତ୍ରୀପାଠୀ ଥାନାରେ ଅଭିଯୋଗ କରିଛନ୍ତି। ବିଲରୁ ମୁଗଗଛ ଉପଡା ଯାଇ ଏଠାରେ ଅମଳ ନିମନ୍ତେ ଗଦାମଡା ହୋଇଥିବା ବେଳେ ଏଥିରେ ନିଆଁ ଲଗାଇ କେହି ନଷ୍ଟ କରିଦେଇଥିବାରୁ ଏହାର ତଦନ୍ତ ନିମନ୍ତେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି।