ସୋନପୁର: ବଡ଼ବଜାର ର ଗୁରୁତର ହର୍ଷବର୍ଦ୍ଧନଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଚିକିତ୍ସା ପାଇଁ ପଠା ଗଲା
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ଉପସ୍ଥିତିରେ ହୃଦରୋଗ ଓ ସ୍ନାୟୁ ସମ୍ବନ୍ଧୀୟ ରୋଗରେ ଗୁରୁତର ଭାବେ ପୀଡ଼ିତ ଥିବା ହର୍ଷବର୍ଦ୍ଧନ (୧୫) କୁ ସୁବର୍ଣ୍ଣପୁର ରୁ କଟକ ଏସସିବି ମେଡିକାଲରେ କୁ ଉଚ୍ଚ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି l ଆଜି ସକାଳୁ ୮ ଟା ବେଳେ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ କର୍ମଚାରୀ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ୪.୩୦ ରେ ପହଞ୍ଚିବା ପରେ ହର୍ଷ ବର୍ଦ୍ଧନ କୁ ତୁରନ୍ତ ଭର୍ତ୍ତି କରାଯିବା ସହ ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି l କଟକ ଏସ ସି ବି ମେଡିକାଲ୍ ର ପ୍ରାକ୍ତନ ଅଧିକ୍ଷୀକ ବରିଷ୍ଠ ଡ. ଦତ୍ତେଶ୍ୱର ହୋତା ଓ କାଡିଓଲୋଜ