ଧର୍ମଶାଳା: ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ମାଳହାଟ ଠାରେ ଯୋଜନା ବୈଠକ ଅନୁଷ୍ଠିତ
ରାଷ୍ଟ୍ରୀୟ ବଜରଙ୍ଗ ଦଳ ଓ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଡିସେମ୍ବର 7 ତାରିଖ ଦିନ କୁଆଖିଆ ମଧୁବନ ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ବିଶାଳ ଶୌର୍ଯ୍ୟ ସଞ୍ଚଳନ ବାଇକ ଶୋଭାଯାତ୍ରା କାର୍ଯ୍ୟକ୍ରମ ପାଇଁ ଯାଜପୁର ଜିଲ୍ଲା ମାଳହାଟ ଠାରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଥିବା ମଙ୍ଗଳବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି । ପ୍ରଖଣ୍ଡ ସଂଯୋଜକଙ୍କ ନେତୃତ୍ୱରେ ଯୁବ ସଂଗଠକ ମାନଙ୍କ ଉପସ୍ଥିତରେ ମାର୍ଗ ଦର୍ଶକ ତଥା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ ଅରବିନ୍ଦ ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ବିଶେଷ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ।