ଝାରସୁଗୁଡା: ବ୍ରଜରାଜନଗରରେ ଫୋଟକା ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼,ଦୋକାନ ସମ୍ମୁଖରେ ବାଣ ଫଟାଉଛନ୍ତି କିଛି ବିଶୃଙ୍ଖଲିତ ଯୁବକ ଫଳରେ ଦୁର୍ଘଟଣା ଆଶଙ୍କା
ଆସିଛି ଆଲୋକର ପର୍ବ ଦୀପାବଳି ଏବଂ ବିଭିନ୍ନ ସ୍ଥାନରେ ଲାଗିଛି ଫୋଟକା ଦୋକାନ। ଲାଗିଛି ଗ୍ରାହକଙ୍କ ଭିଡ଼। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଲାଗିଥିବା ଫୋଟକା ଦୋକାନରେ ମଧ୍ୟ ହଜାର ହଜାର ଜନସାଧାରଣ ଙ୍କ ଭିଡ଼ ଲାଗିଛି। ତେବେ ଆଜି ଦିନ ପ୍ରାୟ ଚାରିଟା ସମୟରେ ବ୍ରଜରାଜନଗର ଠାରେ ଲାଗିଥିବା ଏହି ଦୋକାନ ଗୁଡିକ ନିକଟରେ କିଛି ବିଶୃଙ୍ଖଲିତ ଯୁବକ ଆସି ଦୋକାନ ସମ୍ମୁଖରେ ଫୋଟକା ଫଟାଇବା ପାଇଁ ଜିଦ କରୁଥିବା ଦେଖିବାକୁ ମିଳିଛି। ବାରମ୍ବାର ମନା କରିବା ସତ୍ତ୍ୱେ ଦୋକାନ ସମ୍ମୁଖରେ ଫୋଟକା ଫଟାଉଛନ୍ତି। ଯାହା ଫଳରେ ନିଆଁ ଲାଗି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ଏବଂ ଏହାକୁ ପ୍ରଶାସନ