ବାରିପଦା ମ୍ୟୁନିସିପାଲଟି: ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ବୁଲି ଦେଖିଲେ ମନ୍ତ୍ରୀ ଓ ଅଧିକାରୀଙ୍କୁ କଲେ ତାଗିଦ୍
ଶୁକ୍ରବାର ଦିନ ପ୍ରାୟ ୧୧.୩୦ଟାରେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଗସ୍ତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସେ ସେଠାରେ ଥିବା ଔଷଧ ବିତରଣ କେନ୍ଦ୍ର, ପିଇବା ପାଣି ବ୍ୟବସ୍ଥା ଏବଂ ଡ୍ରେନ ସମସ୍ୟା ସମ୍ପର୍କରେ ବୁଲି ଦେଖିବା ସହିତ ହସ୍ପିଟାଲ କତୃପକ୍ଷ ଙ୍କୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ତାଗିଦ୍ କରିଥିବା ନେଇ ଦେଖିବାକୁ ମିଳିଛି।