ବୀରମହାରାଜପୁର: ଉଦେପଦର ଛକ ଠାରେ ବିଶ୍ଵକର୍ମା ପୂଜା ଉପଲକ୍ଷେ ସଂକୀର୍ତନ୍ୟ ବୈଠକି ଅନୁଷ୍ଠିତ, ଯୋଗଦେଲେ ହଜାର ହଜାର ଭକ୍ତ
ଉଲୁଣ୍ଡା ଥାନା ଅନ୍ତର୍ଗତ ଉଦେପଦର ଛକ ଠାରେ ବିଶ୍ୱକରମା ପୂଜା ଉପଲକ୍ଷେ ଆଜି ଅପରାହ୍ନ 2ଟାରୁ ରାତି 8ଟା ପର୍ଯ୍ୟନ୍ତ ସଂକୀର୍ତନ୍ୟ ବୈଠକି ଅନୁଷ୍ଠିତ ହୋଇଯାଇଛି l ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକିରେ ସୋନପୁରର ଗାୟିକା କୁନ୍ତୀ ସାହୁ ଏବଂ ଗୌଡ଼ଗାଁର ଗାୟିକା ପଙ୍କଜିନୀ ସେଥିଙ୍କ ମଧ୍ୟରେ ବୈଠକି କୀର୍ତନ ହୋଇଥିଲା l ଏହି ଅବସରରେ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ହଜାର ହଜାର ଭକ୍ତ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଉଠାଇଥିବା ଦେଖିବାକୁ ମିଳିଛି l