ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବେନ୍ଦ୍ରା ଗ୍ରାମ ଅଞ୍ଚଳ ରେ ଜଣେ ବ୍ୟକ୍ତି କୀଟନାଶ ପିଇ ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ଙ୍କ ନା ସନ୍ତୋଷ ଯୁଏଡ ବୋଲି ଚିହ୍ନଟ ହୋଇଛି। ଘଟଣା ଆଜି ରାତି ପ୍ରାୟ ୮ଟା ସମୟରେ ଘଟିଥିବା ବେଳେ, ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବଲାଙ୍ଗୀରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଘଟଣାର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।