ଲୋଇସିଂହା: ଲୋଇସିଂହା ରେଳଷ୍ଟେସନ୍ରେ ସମଲେଶ୍ୱରୀ ଏକ୍ସପ୍ରେସ ରହଣିର ଶୁଭାରମ୍ଭ
ଡବଲ ଇଞ୍ଜିନ ସରକାରରେ ସୁନିଶ୍ଚିତ ହେଉଛି ଉନ୍ନତ ଗମନାଗମନ ବ୍ୟବସ୍ଥା। ଲୋଇସିଂହା ରେ ଆଜି ସମଲେଶ୍ୱରୀ ଏକ୍ସପ୍ରେସ୍ ରହଣିର ଶୁଭାରମ୍ଭ ହେବା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏକ ଐତିହାସିକ ମହୁର୍ତ୍ତ। ବିଗତ କିଛି ବର୍ଷ ଧରି ଲୋକମାନେ ଯାହାକୁ ଦାବି କରୁଥିଲେ, ସେହି ଦୀର୍ଘଦିନର ଆକାଙ୍କ୍ଷାକୁ ଆଜି ଡବଲ ଇଞ୍ଜିନ ସରକାର ପୂରଣ କରିଛି। ରେଳ ବିଭାଗରୁ ଅନୁମତି ପ୍ରଦାନ ହେବା ପରେ ସବୁଜ ପତାକା ଦେଖାଇ ଏହି ରହଣିର ଶୁଭାରମ୍ଭ କରିଥିଲେ ଲୋଇସିଂହା ବିଧାୟକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଙ୍କ କଥାନୁସାରେ, ଉନ୍ନତ ଗମନାଗମନ ବ୍ୟବସ୍ଥା ଏକ ଅଞ୍ଚଳର ସାମାଜିକ ଏବଂ ଆର୍ଥିକ ଉନ୍ନତିର