ରେଢାଖୋଲ: ଖନ୍ଦାଢିପ ଠାରେ ମା ମହାମାୟୀଙ୍କ ପୂଜା ଉଦଯାପିତ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଖନ୍ଦାଢିପ ଠାରେ ଶନିବାର ସକାଳେ ମା ମହାମାୟୀଙ୍କ ପୂଜା ଉଦଯାପିତ ହୋଇଯାଇଛି । ସକାଳେ ଭକ୍ତ ମାନେ କଳସ ଯାତ୍ରା କରି ମଧ୍ୟାହ୍ନରେ ପୁରୋହିତ ପ୍ରଶାନ୍ତ ରଥଙ୍କ ଦ୍ଵାରା ମା ଙ୍କ ନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ମା ମହାମାୟୀ ଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଅଞ୍ଚଳର ମହିଳା ମାନେ ମା ମହାମାୟାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୂଜା ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ନଗର ସଭାପତି ସୁଷମା ମୁଣ୍ଡା ଙ୍କ ସମେତ ଅନ୍ୟ ମାନ