କୋଶଳ କଳାମଣ୍ଡଳ ପଡିଆରେ ଲୋକ ଉତ୍ସବର ମଞ୍ଚରେ ପଞ୍ଜାବରୁ ଆସିଥିବା କଳାକାର ଦଳ ଆଜି ରାତି ୯ଟା ସମୟରେ ଭାଙ୍ଗଡା ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲେ। ଢୋଲର ତାଳେ ତାଳେ ଜୋଶିଲା ଭାଙ୍ଗଡା ନୃତ୍ୟ ମଞ୍ଚକୁ ଉତ୍ସାହରେ ଭରିଦେଇଥିଲା। ପଞ୍ଜାବୀ ପାରମ୍ପରିକ ପୋଷାକ ପିନ୍ଧି କଳାକାରମାନେ ନୃତ୍ୟ ମାଧ୍ୟମରେ ପଞ୍ଜାବର ସଂସ୍କୃତିକୁ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ। ଏହି ଆକର୍ଷଣୀୟ ପରିବେଷଣକୁ ଦେଖି ଦର୍ଶକମାନେ ଦୀର୍ଘ ତାଳିରେ କଳାକାରମାନଙ୍କୁ ସ୍ୱାଗତ କରିଥିଲେ।