ବଲାଙ୍ଗୀର ଜିଲ୍ଲା ଆଗଲପୁର ଭରସୁଜା ଛେଲିଆପାଟ ମନ୍ଦିର ସାମ୍ନା ରେ ଦୁର୍ଘଟଣାରେ ଜୀବନ ହାରାଇଲେ ଦୁଇ ଯୁବକ — ସୁରେଶ ଓ ଚେରୁ, ଉଭୟେ ସାହାଜଛାପର ଗ୍ରାମର। ଅଜଣା ଗାଡି ଧକ୍କା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ମୃତକ ପରିବାର ଓ ସ୍ଥାନୀୟ ଲୋକ ଶବକୁ ରାସ୍ତା ଉପରେ ରଖି ଅବରୋଧ କରି କ୍ଷତିପୂରଣ ଓ ସୁରକ୍ଷା ବ୍ୟବସ୍ଥା ଦାବି କରିଥିଲେ। ତାଙ୍କ ଦାବି — କରକଚିଆ ଠାରୁ ଭରସୁଜା ପର୍ଯ୍ୟନ୍ତ ସ୍ପିଡ୍ବ୍ରେକର, ଲାଇଟ ଓ ସିସିଟିଭି ଲଗାଇ ଦୁର୍ଘଟଣା ରୋକାଯାଉ। ଦୀର୍ଘ ଛଅ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ପୋଲିସ ଓ ପ୍ରଶାସନ ର ବୁଝାସୁଝା ପରେ ଅବରୋଧ ହଟିଲା।