ଗଞ୍ଜାମ ଜିଲ୍ଲାରେ ଥମିବାରେ ନାମ ନେଉନାହିଁ ସଡକ ଦୃର୍ଘଟଣା । ଦୈନିକ ଏବେ ସଡକ ଦୃର୍ଘଟଣାରେ ମୃତ୍ୟୁ ଓ ଆହାତ ହେଉଥିବା ଦେଖିବାକୁ ମିଳୁଛି । ଏପରିକି କିପରି ସଡକ ଦୃର୍ଘଟଣା ହାର କମିବ ସେନେଇ ବ୍ୟାପକ ସଚେତନତା କରାଯାଉଥିବା ସ୍ୱତେ କମୁନି ଏହି ଦୃର୍ଘଟଣା ସଂଖ୍ୟା। ଆଜି ଡିଆରଡିଏ ଛକ ନିକଟରେ ସଡକ ଦୃର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ।