ଭାରତୀୟ ଜନତା ପାର୍ଟିର ନୂଆପଡ଼ା ଉପ ନିର୍ବାଚନ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସକାଳ ଏଗାରଟା ସମୟରେ ନୂଆପଡା ଗସ୍ତ କରି ନାମାଙ୍କନ ପତ୍ର ଦାଖଲ ସମୟରେ ଯୋଗଦେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ଅବସରରେ ବିଜେପି ଦଳର ଅନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ନୂଆପଡ଼ାରେ ଉପସ୍ଥିତ ରହିଥିବା ବେଳେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠି ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି କାର୍ଯ୍ୟକର୍ତା ଙ୍କ ସହିତ ନୂଆପଡା ଉପ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ।