ଆଜି ଅପରାହ୍ନ 2 ଟା ରେ ଛେଣ୍ଡିପଦା ଟାଙ୍ଗିରି ପଞ୍ଚାୟତ ସ୍ଥିତ ବାରମଞ୍ଚା ଗ୍ରାମର ଅଧିଷ୍ଠାତ୍ରୀ ମା' ଉମାଦେବୀଙ୍କ ବାର୍ଷିକ ପୂଜାରେ ସାମିଲ ହେଲେ ବିଧାୟକ ଅଗସ୍ତି ବେହେରା। ଏହି ଅବସରରେ ମନ୍ଦିର ପରିସରରେ ନବନିର୍ମିତ ସାମୁଦାୟିକ କେନ୍ଦ୍ର ଉଦଘାଟନ କରିବା ସହ ଗ୍ରାମବାସୀଙ୍କ ସହିତ ମନ୍ଦିରର ଭବିଷ୍ୟତରେ କିଭଳି ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ ବିଧାୟକ।