ଛେଣ୍ଡିପଦା: ସନ୍ତରାବନ୍ଧ ଗ୍ରାମର ଦୁଇ ଜଣ ଦୁର୍ଘଟଣା ହୋଇ ଚିକିତ୍ସା ହେଉଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାକ୍ଷାତ କଲେ ଛେଣ୍ଡିପଦା ବିଧାୟକ
ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମର ସୌମ୍ୟ ରଞ୍ଜନ ସାହୁ ଓ ବାନାମ୍ବର ଦେହୁରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜାଣିବାକୁ ପାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ସାକ୍ଷାତ କରିବା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟି ସଠିକ୍ ଚିକିତ୍ସା ଓ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ଭରଷା ଦେଲେ ବିଧାୟକ ଅଗସ୍ତି ବେହେରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା।