ବାରିପଦାର ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୬ଷ୍ଠ ସନ୍ଧ୍ୟାରେ ଆଧାର ସ୍କୁଲର କୁନିକୁନି ପିଲାଙ୍କ ନୃତ୍ୟ ପରେ ମୟୁରଭଞ୍ଜ ଆର୍ଟ ଫାଉଣ୍ଡେସନର ବାର ମାସରେ ତେର ପର୍ବ ଉପରେ ପର୍ଯ୍ୟବେଷିତ ଲୋକନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆସନ୍ତାକାଲି ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଶନିବାର ରାତି ପ୍ରାୟ ୮ଟାରେ ଜଣାଇଛନ୍ତି।