ବ୍ରହ୍ମପୁର ଗେଟ ବଜାର ଅଞ୍ଚଳରେ ଏକ ଅଘଟଣ ଘଟିଛି। ଗୋଟିଏ ଘରର କାମ ଚାଲି ଥିବା ବେଳେ ଛାତ ଭୁଷୁଡି ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଶନିବାର ଅପରାହ୍ନରେ ଏଭଳି ଏକ ଅଘଟଣ ଘଟିଥିବା ବେଳେ ୨ ଗୁରୁତରଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସେଠାରେ ରାସ୍ତା ଜାମ୍ ହୋଇ ଯାଇଥିଲା। ଖବର ପାଇ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।