ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଆଜି ପାପଡାହାଣ୍ଡି ଓଏଭିର ଶିକ୍ଷକ ଶିକ୍ଷୟତ୍ରୀ ବ୍ଲାକ ବେଜ ପିନ୍ଧି କାର୍ଯ୍ୟରେ ଯୋଗଦେଇଥିଲେ | ତୃତୀୟ ଦିନରେ ବିଦ୍ୟାଳୟ ଆଗରେ ଅଭିଭାବକ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି।ଜିଲ୍ଲାପାଳଙ୍କୁ ୧୩ ଦଫା ସମ୍ବନ୍ଧୀୟ ଦାବିପତ୍ର ଦେବା ସହ ବିଧାୟକଙ୍କ ଦ୍ବାରସ୍ଥ ହୋଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ। ଦୀର୍ଘ ଦଶନ୍ଧି ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଳାବ୍ୟାଜ ପିନ୍ଧି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆନ୍ଦୋଳନ କୁ ଓହ୍ଲେଇଛି ସଂଘ।