ଲକ୍ଷ୍ମୀପୁର: ହାତୀମୁଣ୍ଡା ଗାଁରେ ୪ ମାସର ଜଣେ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ମାରି ଟାଙ୍ଗି ଦେଇ ଥିବା ଝିଅଙ୍କ ବାପାଙ୍କ ଅଭିଯୋଗ
ଜଣେ ୪ ମାସ ର ଗର୍ଭବତୀ ମହିଳା ଙ୍କୁ ସ୍ବାମୀ ଙ୍କ ପରିବାର ଲୋକ ଜୀବନ ରେ ମାରି ଟାଙ୍ଗି ଦେଇ ଥିବା ନେଇ ଦଶମନ୍ତପୁର ଥାନାରେ ମୃତ ମହିଳାଙ୍କ ବାପା ମୌଖିକ ଭାବେରେ ଅଭିଯୋଗ କରିଛନ୍ତି। ଏ ଭଳି ଅଭାବନୀୟ ଘଟଣା ଘଟିଛି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବା ଗୁଡା ପଞ୍ଚାୟତ ଅଧିନସ୍ଥ ହାତୀ ମୁଣ୍ଡା ଗାଁ ରେ। ମୃତ ମହିଳା ଜଣକ ହେଲେ , ଗୁପ୍ତ ବିଶୋଇ ଙ୍କ ସ୍ତ୍ରୀ ସନ୍ତୋଷୀ ବିଶୋଇ ୨୨ । ଆଜି ଏଭଳି ଘଟଣା ଘଟିଥିବା ମୃତ ମହିଳା ଙ୍କ ବାପା ସଦନ ବିଶୋଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ରାତି ୯ଟା ପର୍ଯ୍ୟନ୍ତ ଥାନାରେ ଲିଖିତ ଏତଲା ହୋଇନଥିବା ଅତିରିକ୍ତ ଥାନା ଅଧିକାରୀ ସୂଚନା ଦେଇଛନ୍ତି।