ଦେଓଗାଁ ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଘଟିଛି ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା। ଏକ ଅଜଣା ଗାଡି ଧକ୍କା ଦେଇ ୩ ଜଣ ଯୁବକଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଯୁବକମାନେ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଦୁର୍ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ସ୍ଥାନୀୟ ଲୋକେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।