ପାଉଁଶ ପୋଖରୀ ନିର୍ମାଣକୁ ଵିରୋଧ ପ୍ରସଙ୍ଗ ଶୁଣିଲାନି ସ୍ଥାନୀୟ ପ୍ରଶାସନ, ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସିରିଆପାଲି ଗ୍ରାମବାସୀ। ଝାରସୁଗୁଡା ଜିଲ୍ଲା ସିରିଆପାଳି ଠାରେ ବେଦାନ୍ତ କମ୍ପାନୀ ପକ୍ଷରୁ ପାଉଁଶ ପୋଖରୀ ନିର୍ମାଣ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ଦିନ ତିନିଟା ସମୟରେ ଅନୁରୋଧ କଲେ ଗ୍ରାମବାସୀ। ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ପାଉଁଶ ପୋଖରୀ ନିର୍ମାଣ ସମସ୍ୟାକୁ ନେଇ ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ସିରିଆପାଲି ଓ ଅନ୍ୟ ଗ୍ରାମବାସୀ ଅନୁରୋଧ କରାଯାଇଥିଲେ ସୁଦ୍ଧା ସୁଫଳ ନ ମିଳିବାରୁ ଆଜି ବିରୋଧ ପ୍ରଦର୍ଶନ ସହିତ ଓଡ଼ିଶାର