ଜୟପୁର: ଜୟପୁର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ହିରାଖଣ୍ତ ଏକ୍ସପ୍ରେସରେ ଚଡୁଥିବା ବେଳେ ରେଳ ଷ୍ଟେସନ ରେ ଗୋଡ ଖସି ଜଣେ ଗୁରୁତର
ଜୟପୁର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ହିରାଖଣ୍ତ ଏକ୍ସପ୍ରେସରେ ଚଢୁଥିବା ଜଗତସି˚ପୁର ଅଞ୍ଚଳର ବିଜୟ କୁମାର ବେହେରାଙ୍କ ଗୋଡ ଖସି ଗୁରୁତର ହୋଇଥିବା ଜଣାପଡିଛି। ଆଜି ସଂନ୍ଧ୍ୟା 5ଟା 30 ମିନିଟ ସମୟରେ ହିରାଖଣ୍ତ ଟ୍ରେନ ଏକ ନମ୍ବର ପ୍ଲାଟଫର୍ମରେ ରହିଥିବା ସମୟରେ ବେହେରା ଟ୍ରେନରେ ନଚଢି ଗାଡି ଛାଡିବା ସମୟରେ ଧାଇଁ ଧାଇଁ ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ। କିନ୍ତୁଗୋଡ ଖସିଯିବା କାରଣରୁ ସେ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଟ୍ରେନର ଚେନ ଟାଣିବା ପରେ ଟ୍ରେନଟି ଅଟକିବା ପରେ ସ୍ଥାନୀୟ ଲୋକେ ବେହେରାଙ୍କୁୁ ଉଦ୍ଧାର କରି ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ।