ବଲାଙ୍ଗୀର: ପି.ପି. ଏକାଡେମି ଠାରେ ଆଜି ଆୟୋଜିତ ହେଲା ମାସିକ ରଚନା ସନ୍ଧ୍ୟା। ଏହି ମାସର ବିଷୟ ଥିଲା — “ଆମ ସଂସ୍କୃତି ଓ ଆଧୁନିକତା”। ଅନେକ ଛାତ୍ରଛାତ୍ରୀ ନିଜ ମନନ ଓ ଚିନ୍ତାଧାରା ମାଧ୍ୟମରେ ଆମ ସଂସ୍କୃତିର ମୂଳ୍ୟବୋଧ ଓ ଆଧୁନିକ ଜୀବନଶୈଳୀ ମଧ୍ୟରେ ସମନ୍ୱୟ ନେଇ ରଚନା ପ୍ରସ୍ତୁତ କରିଥିଲେ। ସଭାପତି ସନାତନ ଠାକୁର ନିଜ ପ୍ରତିକ୍ରିୟା ରଖି ବୋଲିଲେ, ଏପରି ଅଭିନବ ଚେଷ୍ଟା ଛାତ୍ରମାନଙ୍କ ମନୋବିକାଶ ଓ ଭାଷା ସୃଜନଶୀଳତାକୁ ପ୍ରେରଣା ଦେଇଥାଏ। ଅନୁଷ୍ଠାନରେ ଶିକ୍ଷକମଣ୍ଡଳୀ ଓ ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ।