ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରୁ ଡାବୁଗାଁ ଦେଇ ଯାଇଥିବା ଦୟାଗୁଡା ଛକ ନିକଟରେ ଅଟୋ ଓଲୋଟି 9 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରପୁର ପଞ୍ଚାୟତ ଟିକ୍ରାପାଲା ଗ୍ରାମରୁ ଏକ ଦଶାହ କାମରେ 14 ଜଣ ମାନିଗାଁ ପଞ୍ଚାୟତ ରାଉଳିଗୁଡା ଯାଉଥିଲେ । ଦୟାଗୁଡା ନିକଟରେ ତିନୋଟି କୁକୁର ଅଟୋ ସମ୍ମୁଖରେ ଚାଲି ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଅଟୋଟି ଜମି ଭିତରକୁ ଓଲୋଟି ପଡିଥିଲା । ଫଳରେ ସେଠାରେ ବସିଥିବା 9 ଜଣ ଆହତ ହୋଇଥିଲେ ।ସ୍ଥାନୀୟ ଲୋକ ଏକ ଗାଡ଼ିରେ ମୈଦଲପୁର ମେଡିକାଲରେ ଆହତଙ୍କୁ ଭର୍ତ୍ତି କରାଇଥିଲେ ।