ବଲାଙ୍ଗୀର: ଦୁର୍ଗା ମନ୍ଦିର ରେ ଶୈଳପୁତ୍ରୀ ବେଶରେ ମାଁ ଜଗତଜନନୀଙ୍କ ଦର୍ଶନ
ବଲାଙ୍ଗୀର ଦୁର୍ଗମନ୍ଦିର ରେ ଶୈଳପୁତ୍ରୀ ବେଶରେ ମାଁ ଜଗତଜନନୀଙ୍କ ଦର୍ଶନ ବଲାଙ୍ଗୀର ଦୁର୍ଗମନ୍ଦିର ରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ଉପଲକ୍ଷେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପ୍ରଥମ ଦିନ ଦେବୀଙ୍କୁ ଶୈଳପୁତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲେ ମାଁ ଜଗତଜନନୀ। ଧର୍ମଶାସ୍ତ୍ର ଅନୁସାରେ, ଶୈଳପୁତ୍ରୀଙ୍କୁ ପାହାଡ଼ ପୁତ୍ରୀ ବୋଲି କୁହାଯାଏ ଏବଂ ସେଇଥିରୁ ଆରମ୍ଭ ହୋଇଥାଏ ନବଦୁର୍ଗାଙ୍କର ପୂଜା। ଦେବୀଙ୍କ ଦିବ୍ୟ ଦର୍ଶନ ପାଇବାକୁ ପ୍ରଭାତରୁ ଭକ୍ତମାନେ ଦୁର୍ଗମନ୍ଦିର ପ୍ରାଙ୍ଗଣକୁ ଭିଡ଼ କରିଥିଲେ। ଭଜନ ଓ ସଙ୍କୀର୍ତ୍ତନ ସହିତ ସମଗ୍ର ପରିସର ଭକ୍ତିମୟ ହୋଇଉଠିଥିଲା।