ଢେଙ୍କାନାଳ ସଦର: ଏରଦା ଗ୍ରାମର ଦମ୍ପତି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ତ
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁରଏରଦା ଗ୍ରାମର ତ୍ରିଲୋଚନ ମଲିକ ପତ୍ନୀ ସହିତ ନ୍ୟାୟ ପାଇଁ ଆଜି ମଧ୍ୟାହ୍ନ ୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ତ ହୋଇଛନ୍ତି । ସେମାନେ କୁହନ୍ତି ପୂର୍ବ ଶତୃତାରୁ କିଛି ଲୋକ ସେମାନଙ୍କ ଘର ପୋଡି ଦେଇଛନ୍ତି |ସେମାନଙ୍କ ନାମରେ ଗଁଦିଆ ଥାନାରେ ଅଭିଯୋଗ ହୋଇଛି ହେଲେ ପୋଲିସ କିଛି ବୁଝୁନାହିଁ । ଏପରିକି ସେମାନେ ଗ୍ରାମରେ ବୁଲିବା ସହିତ ଦମ୍ପତିଙ୍କୁ ବିଭିନ୍ନ ଧମକ ଦେଉଛନ୍ତି ।ତେଣୁ ସେମାନେ ଭୟଭିତ ଭାବେ ଅଛନ୍ତି ତେଣୁ ସେମାନଙ୍କ ଜୀବନ ପ୍ରତି ଭୟ ଥିବାରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ତ ହୋଇଛନ୍ତି ।