ଡାବୁଗାଁ: ଡାବୁଗାଁ ଅଂଚଳରେ ପଞ୍ଚୁକ ପାଇଁ ମନ୍ଦିରରେ ଭିଡ଼*
ଆଜି ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ।ଏହି ଅବସରରେ ଅଞ୍ଚଳର ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଏହି ପାଞ୍ଚଦିନ ଆକର୍ଷଣୀୟ ବେଶ କରାଯିବ। ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇବ। ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି।