ଦେବଗଡ: ଶିକ୍ଷକ ବଦଳି ନେଇ ଅସନ୍ତୋଷ, ବାଲିପୋଷି ୟୁଜିୟୁପି ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ବାରକୋଟ ବ୍ଲକ କଣ୍ଢଳ କ୍ଲଷ୍ଟର ଅନ୍ତର୍ଗତ ବାଲିପୋଷି ୟୁଜିୟୁପି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କର ଅନ୍ୟତ୍ର ବଦଳି ହୋଇଛି । ଏହାକୁ ନେଇ ବାଲିପୋଷି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦାବି ନଶୁଣିବାରୁ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ଜଣେ ହେଲେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ପାଇଁ ଛାଡି ନଥିଲେ । ସୂଚନା ଅନୁଯାୟୀ ଉକ୍ତ ବିଦ୍ୟଳୟର ସମୁଦାୟ ୮ଟି ଶ୍ରେଣୀରେ ୧୧୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଶିକ୍ଷାଦାନ ନିମନ୍ତେ ମାତ୍ର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ।