ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ପବନକୁ ନେଇ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏନେଇ ଆଜି ମଙ୍ଗଳବାର ଦିନ ୨ ଘଟିକା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ବୁଧବାର ସକାଳ ୮ ଘଟିକା ୩୦ ମିନିଟ ପ୍ରଯନ୍ତ ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରାଯିବା ସହିତ ପ୍ରବଳ ବର୍ଷା ନିମନ୍ତେ ସତର୍କତା ଜାରି କରାଯାଇଛି। ଏହା ସହ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ପ୍ରବଳ ବର୍ଷା ଘଡ଼ଘଡ଼ି ହେବା ନେଇ ଅନୁମାନ କରାଯାଇଛି।