କଦଳୀଗଡ ଟୋଲ ଗେଡ ନିକଟରେ ବାଇକ ଦୁର୍ଘଟଣା, ଜଣେ ଆହତ lସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଉଦ ରାସ୍ତାର କଦଳୀଗଡ ଟୋଲ ଗେଟ୍ ନିକଟରେ ଗୁରୁବାର ଅପରାହ୍ନରେ ବାଇକ୍ ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ ସୋନପୁର ଜିଲ୍ଲା କଳାପଥର ପାନିସିଆଲି ଗ୍ରାମର ପ୍ରଭାତୀ ନାଏକ । ସେ ସୋନପୁର ରୁ ସ୍ବାମୀଙ୍କ ସହ ଏକ ବାଇକରେ ରେଢ଼ାଖୋଲ ଆସୁଥିବା ବେଳେ ଟୋଲଗେଟ ନିକଟରେ ଅନ୍ୟ ଏକ ଗାଡ଼ିକୁ ସାଇଟ୍ ଦେବାକୁ ଯାଇ ତରଳ ପାଉଁସ ଗଦା ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଟୋଲ ଗେଟ୍ ରେ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତ