କାକଟପୁର: ସୁଭଦ୍ରା ଯୋଜନା କୁ ବର୍ଷେ ପୂରଣ, ମଙ୍ଗଳା ମନ୍ଦିର ପରିଦର୍ଶନ ସହ ଦୀପ ଜାଳିଲେ ପ୍ରଭାତୀ ପରିଡା
Kakatpur, Puri | Sep 17, 2025 ସୁଭଦ୍ରା ଯୋଜନା କୁ ବର୍ଷେ ପୂରଣ, ମଙ୍ଗଳା ମନ୍ଦିର ସମ୍ମୁଖରେ ଦୀପ ଦାନ :-"ଧନ୍ୟବାଦ ମୋଦୀଜୀ "କାର୍ଯ୍ୟକ୍ରମ ଶୁଭାରମ୍ଭ କାକଟପୁର /ଅସ୍ତରଙ୍ଗ :-୧୭/୦୯:-ଆଜିଠୁ ଠିକ ବର୍ଷେ ତଳେ, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଜୀ ଙ୍କ ଜନ୍ମଦିନ ଅବସରରେ ମୋଦୀ ଙ୍କ କରକମଳରେ ଓଡିଶାରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଓଡିଶାର ମହିଳା ଙ୍କୁ ସଶକ୍ତ ଓ ସ୍ୱାବଲମ୍ବି କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ଷେ ଭିତରେ ୧କୋଟିରୁ ଅଧିକ ମହିଳା ଲାଭାନ୍ବିତ ହେବା ସହ ଆଜି ଏହା ଦେଶର ପ୍ରମୁଖ କଲ୍ୟାଣକାରୀ ଯୋଜନା ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ ସହ ତାଳରେ