ନର୍ଲା: ଦେହେଲି ଗ୍ରାମ ନିକଟରେ ଗଛରେ ପିଟି ହେଲା କାର ଜଣେ ମୃତ୍ୟୁ ପାଞ୍ଚ ଜଣ ଆହତ। ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା
ଆଜି ଗୁରୁବାର ଦିନ ଭୋର୍ ଚାରି ଘଣ୍ଟା ସମୟରେ ଭବାନୀପାଟଣା ସହର ରୁ ଏକ ଧଳା ରଙ୍ଗର କାର ଯୋଗେ ଛଅ ଜଣ ବସି ମ ରାମପୁର ଥାନା ଅନ୍ତର୍ଗତ ରଙ୍ଗା ପଦର ଗ୍ରାମକୁ ଯାଉଥିବା ବେଳେ ଦେହେଲି ନିକଟରେ ଚାଳକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏହି ଘଟଣା ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିଲା ପାଞ୍ଚ ଜଣ ଆହତ ହୋଇଥିଲେ ନର୍ଲା ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାମପୁର କୁ ପଠେଇ ଦେଉଛନ୍ତି ବୋଲି ସୂଚନା ମିଳିଛି