ବିଭିନ୍ନ କମ୍ପାନୀ ଯୋଗୁଁ ବସୁନ୍ଧରା ନଦୀରେ ପ୍ରଦୂଷିତ ଜଳ କୁ ନେଇ ଅଞ୍ଚଲବାସୀଙ୍କ ବାରମ୍ବାର ଅଭିଯୋଗ ଏବଂ ରାଜପୁର ଠାରେ ରାସ୍ତାରୋକ ପରେ ସମସ୍ତ ପକ୍ଷକୁ ଡାକି ଝାରସୁଗୁଡା ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ତେବେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ଙ୍କ ନେତୃତ୍ୱରେ ଏହି କମିଟି ଆଜି ଦିନ ବାରଟା ସମୟରେ ସୁନ୍ଦରଗଡ ସ୍ଥିତ ଏନଟିପିସି ଦରଲୀପାଳି, ଓସିପିଏଲ ମନୋହରପୁର, ଏମ୍ସିଏଲ ବସୁନ୍ଧରା କୋଇଲା ଖଣି ଆଦି ଅଞ୍ଚଳ ଗସ୍ତ କରି ସ୍ପଟ ଭେରିଫିକେଶନ କରିଛନ୍ତି। ଏହାର ସବିଶେଷ ରିପୋର୍ଟ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବ।