ଖଲ୍ଲିକୋଟ୍: ଆର୍ଟ କଲେଜ ପରିସରରେ ରଙ୍ଗତୂଳୀରେ ବିକଶିତ ଭାରତ ଚିତ୍ରକଳା କର୍ମଶାଳା ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ଆସ୍କା ସାଂସଦ
ଖଲ୍ଲିକୋଟ ଆର୍ଟ କଲେଜ ଓ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ର ସହଭାଗିତା ରେ ଖଲ୍ଲିକୋଟ ସ୍ଥିତ ଆର୍ଟ କଲେଜ ପରିସର ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଦ୍ବାରା ବିକଶିତ ଭାରତ ୨୦୪୭ ର ସ୍ବପ୍ନକୁ ସାକାର କରିବାକୁ ଯାଇ ସେବାପର୍ବ ୨୦୨୫ ଅବସର ରେ" ବିକଶିତ ଭାରତ " ବିଷୟ ବସ୍ତୁ କୁ ନେଇ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ତେବେ ଗୁରୁବାର ସନ୍ଧ୍ୟା ୭ ଟା ସମୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ।