ବାରିପଦାର ଭଞ୍ଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୪ର୍ଥ ସଂଧ୍ୟାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଭଞ୍ଜପୁରର ଛାତ୍ରଛାତ୍ରୀ ନୃତ୍ୟ ଗୀତ ମାଧ୍ୟମରେ ୧ମ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜକମଲ ଡ୍ୟାନ୍ସ ଟିମର ଦାଣ୍ଡିଆ ନୃତ୍ୟ ପରେ ବାରିପଦା କେନ୍ଦ୍ରର ଲାଶ୍ୟକଳା ଡ୍ୟାନ୍ସ ଭିଜନ ରାଧାକୃଷ୍ଣ ଙ୍କ ରାସଲୀଳା ଉପରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଅନଲି ୱାନ ଡ୍ୟାନ୍ସ ଗ୍ରୁପର ଆଧୁନିକ ନୃତ୍ୟ ଓ ଆଦିବାସୀ ସ୍ଟୁଡେଣ୍ଟ ୟୁନିୟନର ଆଦିବାସୀ ନୃତ୍ୟ ଗୀତରେ ପଡିଆ ଦୁଲୁକିଥିଲା।