ବଜେଟ ୨୦୨୬-୨୭ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଓ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି କରିବାକୁ ଯାଇ ସୀମା ଶୁଳ୍କରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ । ଆସନ୍ତୁ ଜାଣିବା ବଜେଟ ପରେ କ’ଣ ଶସ୍ତା ହେବ ଏବଂ କେଉଁ ସବୁ ଜିନିଷ ମହଙ୍ଗା ହେବ । କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେଉଥିବା ବେଳେ ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା, ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଇତ୍ୟାଦି ଶସ୍ତା ହେବ । ସେହିପରି ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ CNG ଗ୍ୟାସ୍ ଓ ବିଦେଶ ଯାତ୍ରା ମଧ୍ଯ ଶସ୍ତା ହୋଇଯିବ । ସେପଟେ ମଦ, ଖଣିଜ ଦ୍ରବ୍ୟ, ସ୍କ୍ରାପ, ଅପସନ୍ ଟ୍ରେଡିଂ, ସିଗାରେଟ, ତମାଖୁ, ପାନ ମସଲା, ବିଦେଶୀ ପରଫ୍ୟୁମ, ଦାମି ଘଣ୍ଟା ଇତ୍ୟାଦିର ଦର ବୃଦ୍ଧି ପାଇବ । ଆହୁରି ମଧ୍ଯ, ଆମଦାନୀ ଦ୍ରବ୍ୟ ଗୁଡ଼ିକ ମହଙ୍ଗା ହୋଇଯିବ ।