ଓଡଗାଁ: ଓଡ଼ଗାଁ ବ୍ଲକର ୧୪ଟି ବିଦ୍ୟାଳୟରେ କିଶୋରୀ ବାଳିକା ସଶକ୍ତିକରଣ କର୍ମଶାଳା ଆୟୋଜିତ।
ନୟାଗଡ଼ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଜିଲ୍ଲା ବ୍ୟାପି କିଶୋରୀ ବାଳିକା ଥିବା ବିଦ୍ୟାଳୟରେ ସେମାନଙ୍କୁ ସକ୍ଷମ କରିଵା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବ୍ଲକର ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଓଡ଼ଗାଁ ବ୍ଲକର ୧୪ଟି ବିଦ୍ୟାଳୟରେ ତାଲିମ କର୍ମଶାଳାକୁ ସହ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନାୟକ ତଦାରଖ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ପରିଶେଷରେ ଶପଥ ପାଠ କରାଯାଇଥିଲା।