ଡାବୁଗାଁ: ଜିଲ୍ଲା କିନର ସଂଘର ମହାନତା ଦୁର୍ଗା ପୂଜା ମଣ୍ଡପ ପ୍ରଦାନ କଲେ ଆର୍ଥିକ ସହାୟତା
ଦୁର୍ଗାପୂଜା ମଣ୍ଡପକୁ ଆର୍ଥିକ ସହାୟତା ପ୍ରଦାନ କରିଛି ନବରଙ୍ଗପୁର ଜିଲ୍ଲା କିନର ସଂଘ | ଆଜି ପାପଡାହାଣ୍ଡିରେ ବସଷ୍ଟାଣ୍ଡରେ ସାର୍ଵ ଜନୀନ ପୂଜା କମିଟି ଓ ଶ୍ରୀଶ୍ରୀଶ୍ରୀ ଦୁର୍ଗାପୂଜା କମିଟିକୁ ଆର୍ଥିକ ସହାୟତା ପ୍ରଦାନ କରି ମହାନତା ଦେଖାଇଛନ୍ତି | ସଂଘ ସଭାପତି କାଜଲ ଚୁମକି ସହ ସଦସ୍ୟ ମାନେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ତଥା ସଂଘରେ ଉପଦେଷ୍ଠା ସୁଶାନ୍ତ ବେହେରାଙ୍କ ଉପସ୍ଥିତିରେ ପୂଜାମଣ୍ଡପ ସଭପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ଜିଲ୍ଲାର ପ୍ରତେକ ପୂଜା ମଣ୍ଡପକୁ ସହାୟତା ଦିଆଯାଇଥିବା ସଭାପତି ସୂଚନା ଦେଇଛନ୍ତି |