ବୌଦ୍ଧ ସଦର: ଚାରିଛକ ହାଇସ୍କୁଲ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ହରଭଙ୍ଗା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚାରିଛକ ହାଇସ୍କୁଲ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ ଶିବିରରେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରିତିଶ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଶିବିରରେ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ନେଇ ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ମୁଖ୍ୟ ଅତିଥି ସଚେତନ କରାଇଥିଲେ।