ସୁକିନ୍ଦା: ଜାମୁପଶି ଗ୍ରାମରେ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ
Sukinda, Jajpur | Nov 10, 2025 ଦାନଗଦି ବ୍ଲକ ଅନ୍ତର୍ଗତ ରାମ୍ପିଲୋ ଗ୍ରାମର ଲୋକନାଥ ଜେନା ଜାମୁପଶି ଗ୍ରାମର ବଟକୃଷ୍ଣ ମଲ୍ଲିକଙ୍କ ପୁଅକୁ OMC ରେ ଚାକିରି କରେଇଦେବାକୁ କହି 3 ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ବଟକୃଷ୍ଣ ମଲ୍ଲିକ ସୁକିନ୍ଦା ଥାନା ଦ୍ଵାରସ୍ଥ ଏକ ଲିଖିତ ଅଭିଯୋଗ କରିଥିଲେ । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି କେସ ନଂ 180/23 ରେ ମାମଲା ରୁଜ୍ଜୁ କରି ସଂମ୍ପୃକ୍ତ ଲୋକନାଥ ଜେନାକୁ ଗିରଫ କରି ସୋମବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କଳ୍ପଲତା ପ୍ରଧାନଙ୍କ ପକ୍ଷରୁ ସୂଚନା ମିଳିଛି ।