ବଲାଙ୍ଗୀର: ସ୍ଥାନୀୟ ସର୍କିଟ ହାଉସ ଠାରେ ବାଇକ ଦୁର୍ଘଟଣା ୨ଆହତ ଭୀମଭୋଇ ମେଡିକାଲ୍ରେ ଭର୍ତ୍ତି
ବଲାଙ୍ଗୀର:ସର୍କିଟ ହାଉସ ଠାରେ ଏକ ଦୁର୍ଘଟଣାରେ ୨ଜନ ବ୍ୟକ୍ତି ଗୁରୁତର ହେବା ଘଟଣା ସାମ୍ନା କୁ ଆସିଛି। ଗୁରୁତର ବ୍ୟକ୍ତି ମାନେ ତୁଳସୀ ନଗର ଅଞ୍ଚଳ ର ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଙ୍କ ସହଯୋଗରେ ସେଠାରୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ରେ ଆଜି ରାତି ୯ଟା ସମୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରିଛି।